Just another WordPress site

ଏଣିକି ପୋଷ୍ଟାଲ ରେ ଆସିଲା ନୂଆ ଅଫର ! ଦିନକୁ 50 ଦେଲେ ମିଳିବ 35 ଲକ୍ଷ , ହେଲେ କେମିତି ପାଇବେ ନିଶ୍ଚିତ ଜାଣନ୍ତୁ….

0 772

ଆପଣ ମାନେ ସମସ୍ତେ କଷ୍ଟ ଅର୍ଜିତ ଧନ କୁ ସଞ୍ଚୟ କରିବା ପାଇଁ ଚାହୁଁ ଥିବେ। ସେଥିପାଇଁ ଆପଣ ମାନେ ବିଭିନ୍ନ ପ୍ରକାରର ଉପାୟ ରେ ଟଙ୍କା ରଖୁଥିବେ। କିଏ ବ୍ୟାଙ୍କ ରେ ରଖୁଛନ୍ତି ତ କିଏ ପୋଷ୍ଟ ଅଫିସ ରେ ରଖୁଛନ୍ତି ।କାରଣ ସେମାନେ ଭବିଷ୍ୟତ ରେ କିଛି ଅସୁବିଧା ରେ ପଡ଼ିଲେ ସେହି ଟଙ୍କା କୁ ସେମାନେ ଖର୍ଚ୍ଚ କରିଥାନ୍ତି। ଏହା ବ୍ୟତୀତ ଲୋକମାନେ କିଛି ଲାଭ ପାଇବା ପାଇଁ ମଧ୍ୟ ଟଙ୍କା ରଖିଥାନ୍ତି। ତେଣୁ ନିଜ କଷ୍ଟ ଅର୍ଜିତ ଧନ କୁ ନିବେଶ କରି ଆପଣ ଭଲ ଆୟ କରିବାକୁ ଚାହୁଁଥିଲେ ମାର୍କେଟ ରେ ଅନେକ ବିକଳ୍ପ ରହିଛି। ଅଧିକାଂଶ ଯୋଜନା ରେ ଭଲ ରିଜନ ମିଳୁଥିବା ବେଳେ ଆଉ କିଛି ଯୋଜନା ରେ ଘାଟା ହେବାର ଆଶଙ୍କା ଥାଏ ।

 

ଏଥିପାଇଁ ସମସ୍ତେ ବିପଦ ରେ ନ ପଡ଼ିବା ପାଇଁ ଭଲ ଯୋଜନା କୁ ବାଛିଥାନ୍ତି। ଯଦି ଆପଣ ଏମିତି ଯୋଜନା ଖୋଜୁଥାନ୍ତି ତେବେ ପୋଷ୍ଟ ଅଫିସ ଆପଣଙ୍କ ପାଇଁ ନେଇ ଆସିଛି ଏକ ଗ୍ରାମ ସୁରକ୍ଷା ଯୋଜନା। ଏହା ଏମିତି ଏକ ସ୍କିମ ଯାହା ସାଧାରଣ ଲୋକଙ୍କୁ ମିଳିଥାଏ ଭଲ ରିଟର୍ଣ୍ଣ ।ଏବେ ଜାଣିବି ସ୍କିମ କରିବା ପାଇଁ କଣ ସବୁ ଆବଶାୟକ।

୧୯ ରୁ ୫୫ ବର୍ଷ ବୟସ ମଧ୍ୟରେ ଭାରତୀୟ ନାଗରିକ ଗ୍ରାମ ସୁରକ୍ଷା ଯୋଜନା କୁ ନେଇ ପାରିବେ। ଏହି ଯୋଜନା ରେ ସର୍ବନିମ୍ନ ବୀମା ରାଶି ୧୦ ହଜାର ଟଙ୍କା ଓ ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ପାରିବେ। ଯୋଜନା ର ପ୍ରିମିୟମ୍ ପେମେଣ୍ଟ, ମାସିକ, ତ୍ରୈମାସିକ ,ଅର୍ଦ୍ଧ ବାର୍ଷିକ ଓ ବାର୍ଷିକ କରି ପାରିବେ।

ସବୁଠାରୁ ବଡ଼ କଥା ଏହି ବୀମା ଯୋଜନା ରେ ଋଣ ର ସୁବିଧା ରହିଛି। ପଲିସି କିଣିବାର ୪ ମାସ ପରେ ଜଣେ ଋଣ ସୁବିଧା ର ଲାଭ ଉଠାଇପାରିବେ। କେବଳ ଏତିକି ନୁହେଁ ପଲିସି ସରେଣ୍ଡର କରିବାର ବ୍ୟବସ୍ଥା ମଧ୍ୟ ରହିଛି। ୩ ବର୍ଷ ଜଣେ ଗ୍ରାହକ ପଲିସି ସରେଣ୍ଡର କରିବାର ବିକଳ୍ପ ଚୟନ କରିପାରିବେ। ଯଦି କିଏ ୧୯ ବର୍ଷ ର ବୟସ ୧୦ ଲକ୍ଷ ଗ୍ରାମ ସୁରକ୍ଷା କିଣିପାରନ୍ତି ତେବେ ମାସିକ ପ୍ରିମିୟମ ୧୫ ଶହ ୧ ୫ ଟଙ୍କା ଦେବାକୁ ପଡ଼ିବ। ଦିନକୁ ହିସାବ କଲେ ୫୦ ଟଙ୍କା ଦେବାକୁ ପଡ଼ିବ।

ପଲିସି କର୍ତା ଙ୍କୁ ୫୫ ବର୍ଷ ବୟସ ପାଇଁ ୩୧ ଦଶମିକ ୭୦ ଲକ୍ଷ ଟଙ୍କା ଏବଂ ୫୮ ପାଇଁ ୩୩ ଦଶମିକ ୪୦ ଲକ୍ଷ ଟଙ୍କା ମ୍ୟାଚୁରିଟି ସୁବିଧା ପାଇପାରିବେ। ୬୦ ବର୍ଷ ପାଇଁ ୩୪ ଦଶମିକ ୬୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନା କୁ ଯଦି ପାଇବାକୁ ଚାହୁଁଛନ୍ତି ତେବେ ହାତଛଡ଼ା ନ କରି ନିକଟସ୍ଥ ପୋଷ୍ଟ ଅଫିସ ରେ ଯାଇ ଯୋଗାଯୋଗ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।