
ନିଜ 4 ବର୍ଷର ପୁଅ ଉପରେ କାର ଚଢାଇଦେଲା ବାପା, ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ…ଦେଖନ୍ତୁ ଭିଡ଼ିଓ
ମୃତ୍ୟ ଏପରି ମଣିଷ ଜୀବନରେ ସବୁ ଠାରୁ ବଡ ସତ୍ୟ ଅଟେ। କେତେବେଳେ କାହା ପାଖକୁ ମୃତ୍ୟୁ ଆସିଯିବ ତାହା କେହି କହି ପାରିବେ ନାହିଁ। ମୃତ୍ୟୁ ହାଠାତ କାହା ପାଖକୁ ବି ଆସି ପାରେ। ତେବେ ବେଳେ ବେଳେ ନିଜେ ଅସାବଧାନତା ପାଇଁ ଲୋକେ ମୃତ୍ୟୁ ବରଣ କରିଥାନ୍ତି। ଓ ବେଳେ ବେଳେ ଅନ୍ୟ ର ଅସାବଧାନତା ପାଇଁ ମଣିଷ ମୃତ୍ୟୁ ବରଣ କରି ଥାଏ। ତେବେ ଏହି ଭଳି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି ।
ଏହି ଭଳି ଘଟଣା ଆମେ ବିଭିନ୍ନ ପ୍ରକାର ର ସମ୍ବାଦ କିମ୍ବା ସୋସିଆଲ ମିଡ଼ିଆ ରେ ବହୁତ ଦେଖି ବାକୁ ପାଉ। ତେବେ ଏଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମଧ୍ୟ ଭାବି ବାକୁ ବାଧ୍ୟ ହେବେ କି ଭଗବାନ କଣ ସତରେ ଏଭଳି ଦୁର୍ଭାଗ୍ୟ ଓ ଦୁଃଖ ପୁର୍ଣ ମୃତ୍ୟୁ କାହାକୁ ଦେଇ ପାରନ୍ତି। ଏହି ଘଟଣା ଟି ହେଉଛି ହାଇଦ୍ରାବାଦ ର ।
ହାଇଦ୍ରାବାଦ ବାଦ ର ଏଲବୀ ନଗର ରେ ଏହି ଦୁଃଖଦ ପୁର୍ଣ ଘଟଣା ଦେଖି ବାକୁ ମିଳିଛି। ଘଟଣା ଟି ହେଉଛି କି ଜଣେ 4 ବର୍ଷ ର ପୁଅ ର ମୃତ୍ୟୁ ତାର ବାପା ର କାର ତଳେ ଚାପି ହୋଇ ଯିବା କାରଣ ରୁ ହୋଇ ଅଛି। ଏହା ଠାରୁ ଦୁଃଖର ବିଷୟ ଆଉ କଣ ହୋଇ ପାରେ। ତେବେ ଲକ୍ଷଣ ନାମକ ଏହି ବ୍ୟକ୍ତି ଜଣଙ୍କ ଏଲବୀ ନଗର ରେ ରୁହନ୍ତି । ତାଙ୍କର 4 ବର୍ଷ ବୟସ ର ଏକ ପୁଅ ଥିଲା ଯାହାର ନାମ ସତ୍ୟୁକ।
Tragic accident in Hyderabad’s LB Nagar. Child killed after car driven by father accidentally runs him over. TW, visuals can be distressing. pic.twitter.com/Y4VAJMmlPY
— Aditi (@SpaceAuditi) November 23, 2021
ତେବେ ଘଟଣା ଅନୁସାରେ ଲକ୍ଷଣ ତାଙ୍କ ଆପାର୍ଟମେଂଟ ରୁ ବାହାରି କାର ରେ ଆସି ବସିଥିଲେ। ତାଙ୍କ ପଛେ ପଛେ ତଂକତା 4 ବର୍ଷ ର ପୁଅ ସତ୍ୟୁକ ଆସି ଥିବାର ସେ ଜାଣି ପାରି ନଥିଲେ। ସେ ଯେତେବେଳେ କାର ରେ ବସି କାର ଟିକୁ ଆଗ ପଛ କରି ଥିଲେ ସେତେବେଳେ କାର ଟି ତାଙ୍କ ପୁଅ ଉପରେ ଚଢ଼ି ଯାଇଥିଲା। ଏହା ଜାଣି ପାରି ଲକ୍ଷଣ ସଂଗେ ସଂଗେ କାର ରୁ ବାହାରକୁ ଆସି ତାଙ୍କ ପୁଅ କୁ ଗୁରୁତର ଅବସ୍ଥାରେ ଦେଖି ଥିଲେ।
ଗୁରୁତର ଅବସ୍ଥା ରେ ତାଙ୍କୁ ସଙ୍ଗେ ସଂଗେ ଡାକ୍ତର ଖାନା ରେ ଭର୍ତି କରା ଯାଇ ଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ ବୋଲି ଘୋଷଣା କରି ଥିଲେ। ତେବେ ଏହି ଘଟଣା ଟି ଘଟିବା ପରେ ସାରା ଅଂଚଲ ରେ ଦୁଃଖର ଛାୟା ଖେଳି ଯାଇଛି। ଘଟଣା ସ୍ଥଳ ରେ ପୋଲିସ ପହଁଚି ତଦନ୍ତ କରୁଛି। ପ୍ରକୃତ ରେ ଜଣେ ବାପା ହାତରେ ନିଜର ପୁଅ ର ଜୀବନ ଯିବା କେତେଯେ କଷ୍ଟ ତାହା ଆପଣ ମାନେ ଠିକ ଅନୁମାନ କରି ପାରୁ ଥିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।