Just another WordPress site

କେଉଁଠି ନଥିବେ ଏମିତି ଭାଇ ଭାଉଜ, ଦିବ୍ୟାଙ୍ଗ ଭଉଣୀକୁ ପିଠିରେ ବୋହି ନିଅନ୍ତି ଭାଇ ଭାଉଜ,କୁହନ୍ତି ଇଏ ଈଶ୍ୱରଙ୍କ ବରାଦନ….ଦେଖନ୍ତୁ ଭିଡ଼ିଓ

0 133

ବାପା ମା ମାନେ ଯେତେ ଝିଅ ଜନ୍ମ କଲେ ମଧ୍ୟ ସେମାନେ ଗୋଟେ ପୁଅ ଜନ୍ମ କରିବା ପାଇଁ ଇଚ୍ଛା କରି ଥାନ୍ତି । କାରଣ ପୁଅ ଜନ୍ମ କଲେ ବାପା ମା ମୁଁହ ରେ ନିଆଁ ଦେଵ । ଆଉ ଶେଷ ସମୟରେ ବାପା ମା ଙ୍କ ର ଭଲ ମନ୍ଦ କଥା ବୁଝିବ । କିନ୍ତୁ ଆଜି କାଲି ଦୁନିଆରେ ପୁଅ ମାନେ ସୁଖ ଦୁଃଖ ବୁଝିବେ କଣ । ଯେତେ ବେଳେ ବାପା ମା ବୁଢା ହେଇ ଯାଉ ଛନ୍ତି । ସେତେ ବେଳେ ସେ ତାଙ୍କୁ ଛାଡି ପଳାଇ ଯାଉ ଛନ୍ତି ।

ଯେତେ ବେଳେ ପୁଅ ନୂଆ ବାହା ହେଉ ଛନ୍ତି , ସେତେ ବେଳେ ସ୍ତ୍ରୀ କଥାରେ ପଡ଼ି ତାଙ୍କୁ ବହୁତ ହଇରାଣ କରୁଛନ୍ତି । କିନ୍ତୁ ସମସ୍ତେ ସେମିତି ନୁହନ୍ତି । ବହୁତ ଦେଖିବା ପାଇଁ ମିଳେ । ଏବେ ଆଜି ଆମେ ଯେଉଁ କଥା କହିବା ପାଇଁ ଯାଉଛୁ , ତାହା ଆପଣ ନିଜ ଆଖିରେ ଦେଖିଲେ ମଧ୍ୟ ଆପଣ ବିଶ୍ୱାସ କରିବେ ନାହିଁ ।

ଜଣେ ଭାଇ ତାର ଭଉଣୀ କୁ ନିଜ କାନ୍ଧ ଉପରେ ନାଉ କରି ନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ରେ ଦେଖାଉଛି । ସାଥିରେ ଭାଉଜ ମଧ୍ୟ ଅଛନ୍ତି । ଭାଇ ଥକି ପଡ଼ିଲେ ନିଜ ନଣଦ କଥା ସେ ମଧ୍ୟ ବୁଝୁ ଛନ୍ତି । ଆପଣ ମାନେ ଏମିତି ଦୃଶ୍ୟ କେବେ ହେଲେ ଦେଖି ନ ଥିବେ । ତେବେ ଝିଅ ଟିର ନାମ ଲିମା । ସେ ପିଲାଟି ଦିନରୁ ପୋଲିଓ ଅଟନ୍ତି । ଲିମାର ବିବାହ ମଧ୍ୟ ହୋଇ ସାରିଛି । ବିବାହ ଟି ଉତ୍ତର ପ୍ରଦେଶ ରେ ହୋଇ ଥିଲା ।

ତେବେ କୌଣସି କାରଣ ରୁ ସେ ଆସି ତାଙ୍କ ବାପ ଘରେ ରହୁ ଛନ୍ତି । ତାଙ୍କ ବାପ ଘର ଭୁବନେଶ୍ୱର ରେ ରହିଛି । ତାଙ୍କ ବାପା ଘର ତାଙ୍କ ବାପା ମରି ଯାଇଛନ୍ତି , ମା ମଧ୍ୟ ମରି ଯାଇ ଛନ୍ତି । ପିଲାଟି ଦିନରୁ ସେ ଭାଇ ପାଖରେ ବଢି ଆସି ଛନ୍ତି । ତେବେ ସେ ଶାଶୁ ଘରୁ ଆସିବା ପାଖରୁ କୁଆଡେ ମଧ୍ୟ ବୁଲିବା ପାଇଁ ଯାଇ ପାରୁ ନ ଥିଲେ ।କିନ୍ତୁ ଗତ ମାସ ଲିଙ୍ଗରାଜ ମନ୍ଦିର ବୁଲିବା ପାଇଁ ସେ ତାଙ୍କ ଭାଇ ସହିତ ଯାଇଥିଲେ । ତାଙ୍କ ଭାଇ ତାଙ୍କୁ ପଛରେ ନାଉ କରି ନେଇ ଯାଉ ଥିଲେ । ତା ସହିତ ତାଙ୍କ ଭାଉଜ ମଧ୍ୟ ଯାଇ ଥିଲେ ।

ତାଙ୍କ ଭାଉଜ ମଧ୍ୟ ତାଙ୍କୁ ପିଠିରେ ନାଉ କରି ନେଇ ଯିବାର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା । କିନ୍ତୁ ତାଙ୍କୁ ଯେତେ ବେଳେ ସବୁ କଥା ପଚରା ଗଲା ସେ ସବୁ କଥା କହି ଥିଲେ । ତେବେ ଏମିତି ଭାଇ ଭାଉଜ କୁ ଜୀବନ ରେ ପାଇବା ମାନେ ଗତ ଜନ୍ମ ରେ ନିହାତି କିଛି ପୁଣ୍ୟ କାମ କରୁବା ସହିତ ସମାନ ହୋଇ ଯାଏ । ତେଣୁ ସମସ୍ତଙ୍କର ଭଲ କାମ କରନ୍ତୁ , ଆପଣ ଦିନେ ଭଲ ରେ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।