
ଜାଣନ୍ତୁ ରହସ୍ୟମୟୀ ଭବିଷ୍ୟବାଣୀ ! 2022 ରେ ଏମିତି କିଛି ଘଟିବାକୁ ଯାଉଛି ,ଯାହା ଜାଣିଲେ ଆପଣଙ୍କର ହୋସ ଉଡିଯିବ….
କିନ୍ତୁ ବର୍ତ୍ତମାନ ୨୦୨୧ ବିଦାୟ ନେବାକୁ ଯାଉଛି । ତା ସହିତ ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ ଭାବି ଲୋକେ ଆଶା ରଖିଥିବେ। ତା ପରେ ଆଗକୁ ଆସୁଛି ନବବର୍ଷ ୨୦୨୨ ।ଏଥିପାଇଁ ସବୁଠି ଉତ୍ସାହ, ହେଲେ ୨୦୨୨ ଭବିଷ୍ୟ ବାଣୀ କୁ ନେଇ ଆତଙ୍କିତ ବିଶ୍ୱବାସୀ। ବୁଲଗେରିଆ ର ପ୍ରସିଦ୍ଧ ଜ୍ୟୋର୍ତିବିଦ୍ ଫାନ୍ଧେଲିଆ ପାଣ୍ଡେଭା କୁସ୍ତେରୁବ ଓରଫ୍ ବାବା ଭାନେଗା ଙ୍କ ଭବିଷ୍ୟ ବାଣୀ ଆଷ୍ଟ୍ରଫ୍ରେମ୍ ଡଟ୍ କମ୍ ପ୍ରକାଶ କରିଛନ୍ତି।
ଯାହାକୁ ନେଇ ସବୁଠି ଚର୍ଚ୍ଚା ଏବଂ ଆଲୋଚନା ଚାଲିଛି। ବାଳୁତ କାଳରୁ ଦୃଷ୍ଟି ଶକ୍ତି ଭାନେଗା ହରାଇଥିଲେ। ଭାନେଗା ୧୯୯୬ ମସିହାରେ ସ୍ୱର୍ଗବାସ୍ କରିଥିଲେ।ଭାନେଗା ସ୍ୱର୍ଗବାସ୍ ହେଲେ ମଧ୍ୟ ସେ ଆଗରୁ ଦେଇଥିବା ଭବିଷ୍ୟ ବାଣୀ ସତ ବୋଲି ପ୍ରମାଣିତ ହେଉଛି। ୨୦୨୨ ପାଇଁ ବାବା ଭାନେଗା କରିଥିବା ଗୋଟିଏ ସତ ଭବିଷ୍ୟ ବାଣୀ ହେଉଛି ଜଳ ସଙ୍କଟ।
ନଦୀ ପ୍ରଦୂଷଣ ଯୋଗୁଁ ଆସନ୍ତା ବର୍ଷ ଜଳ ର ସମସ୍ୟା ଦେଖାଯିବ। ନୂତନ ଉତ୍ସ ରୁ ପାଣି ପାଇବା ପାଇଁ ଲୋକମାନେ ଅନେକ ଉପାୟ ଅବଲମ୍ବନ କରିବେ। ୨୦୨୨ ରେ ପୋଙ୍ଗପାଳ ଆକ୍ରମଣ ହେବ ବୋଲି କହି ଯାଇଛନ୍ତି ଭାନେଗା। ତାଙ୍କ କହିବା କଥା ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ପୋଙ୍ଗପାଳ ଫସଲ ଓ କ୍ଷେତକୁ ମାଡ଼ି ଆସିବା ଯୋଗୁଁ ଅନାହାର ବଢ଼ିବ। ଏହି ସବୁ ବ୍ୟତୀତ ୨୦୨୨ ରେ ଏଲିଏନ୍ ମନେ ପୃଥିବୀ ଆକ୍ରମଣ କରିବେ ବୋଲି ମଧ୍ୟ ସେ କହିଛନ୍ତି।
ଏଲିଏନ୍ ମାନେ ପୃଥିବୀ ପ୍ରତି ଓଉମୁଆ ନାମରେ ଗୋଟିଏ ଗ୍ରୁହାଣୁ ନିକ୍ଷେପ କରିବେ। ଏହାଛଡା ଏଯାବତ ତୁଷାର ରେ ଜମାଟ ବାନ୍ଧି ରହିଥିବା ଗୋଟିଏ ନୂଆ ମାରାତ୍ମକ ଭୁତାଣୁ ସାଇବେରିଆ ରୁ ଆବିଷ୍କାର ହେବ ବୋଲି କହିଛନ୍ତି। ୨୦୨୨ ରେ ଅଷ୍ଟ୍ରେଲିଆ ସମେତ କତେକ ଏସୀୟ ରାଷ୍ଟ୍ର ବନ୍ୟା ପ୍ଲାବିତ ହେବ ବୋଲି ବାବା ଭାନେଗା ସତର୍କ କରାଇ ଦେଇ ଯାଇଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ ଅଧିକ ସମୟ ସେମାନଙ୍କର ଫୋନ୍ ଏବଂ ଗ୍ୟାଜିଟ୍ ଆଦିରେ ବ୍ୟସ୍ତ ରହିବା ହେତୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବ। କାରଣ କଳ୍ପନା ଏବଂ ବାସ୍ତବତା ଭିତରେ ଫରକ ଜାଣି ନପାରି ସେମାନଙ୍କର ମତଭ୍ରମ ଘଟିପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।