Just another WordPress site

ତୀବ୍ର ଗତିରେ ମାଡି ଚାଲିଛି Omicron ,ପୁଣିଥରେ ଜାନୁଆରୀ ୧ ଠାରୁ ଜାରିହେବ ଲକଡାଉନ୍,ଜାଣନ୍ତୁ କ’ଣ ରହିବ ଗାଇଡଲାଇନ…

0 1,150

ତେବେ ଆପଣ ମାନେ ତ ଜାଣନ୍ତି ଦୁଇ ବର୍ଷ ହେବ ସାରା ବିଶ୍ୱ ରେ କିପରି କରୋନା ଆତଙ୍କ ଖେଳାଇ ଥିଲା | ଆଉ ବର୍ତ୍ତମାନ ଏବେ କିଛି ମାସ ହେବ ଏହି କରୋନା ସଂକ୍ରମଣ କିଛି ମାତ୍ରା ରେ କମିବାର ଦେଖା ଯାଇଛି | ଏହି କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ପର୍ଯ୍ୟାୟ ରହି ଥିଲା, ଯେଉଁଥିରେ ଲକଡାଉନ ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଛନ୍ତି |

ପ୍ରଥମ ଲହରୀ ରେ ମୃତ୍ୟୁ ସଂଖ୍ୟା ଏତେ ଟା ନଥିଲା କିନ୍ତୁ ଦ୍ୱିତୀୟ ଲହରୀ ରେ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ମୃତ୍ୟୁ ମଧ୍ୟ ପ୍ରବଳ ମାତ୍ରା ରେ ବଢ଼ି ଚାଲି ଥିଲା ଏବଂ ଆକ୍ସିଜେନ ଅଭାବ ରୁ ମଧ୍ୟ ଅନେକ ଲୋକ ଙ୍କର ପ୍ରାଣ ଚାଲି ଯାଇଛି | ଜୀବନ ରୁ ଆରମ୍ଭ କରି ଶିକ୍ଷା ରେ ମଧ୍ୟ ଦେଶ ବାସୀ ଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଛି |

କିନ୍ତୁ ଏହି କରୋନା ସମୟ ବର୍ତ୍ତମାନ କିଛି 2 କି 3 ମାସ ହେବ ଏହାର ପରିମାଣ କମି ଥିଲା, କିନ୍ତୁ ଏବେ ପୁଣି ‘ଓମିକ୍ରନ’ ଦେଶ ବାସୀ ଙ୍କ ମନ ରେ ଭୟ ସୃଷ୍ଟି କରିଛି | 2021 ମସିହା ନଭେମ୍ବର ମାସ ରେ ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇ ଥିବା ଏହି ଓମିକ୍ରନ ବର୍ତ୍ତମାନ ସମୟରେ ଚିନ୍ତା ର ବିଷୟ ପାଲଟିଛି |ତେବେ ବର୍ତ୍ତମାନ ସାରା ଦେଶ କୁ ଓମିକ୍ରନ କବଳିତ କରିବ, କରୋନା ଭଳି ପୁଣି ଏହି ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସାରା ବିଶ୍ୱ ରେ ମାତି ଯିବ | ଏହି ଭ୍ୟାରିଏଣ୍ଟ ଯୋଗୁଁ ଜାନୁୟାରୀ ମାସ ରେ ୟୁକେ ରେ ଏକ ବଡ଼ ଲୋକର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ଦଳ ଆକଳନ କରି କହିଛନ୍ତି |

ଏହି ଓମିକ୍ରନ ବର୍ତ୍ତମାନ ତୀବ୍ର ବେଗ ରେ ମାତିବାରେ ଲାଗିଛି ଯାହା ସମସ୍ତ ଙ୍କୁ ଆତଙ୍କିତ କରି ସାରିଲାଣି, ଏଣୁ 2022 ମସିହା ଜାନୁୟାରୀ ମାସ ପ୍ରଥମ ସପ୍ତାହ ରୁ ରାଜ୍ୟ ସରକାର ଲକଡାଉନ ହେବ ବୋଲି ଘୋଷଣା କରିଛନ୍ତି | ପ୍ରାୟ ଲୋକ ନୂଆବର୍ଷ ରେ ଜିରୋ ନାଇଟ ରୁ ଆରମ୍ଭ ଅନେକ ଅନେକ ଭଲ ସ୍ଥାନ କୁ ପିକନିକ ପାଇଁ ବୁଲିବାକୁ ଯାଇ ଥାଆନ୍ତି | ଏଣୁ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସଂକ୍ରମଣ ଅଧିକ ମାତିବାର ଆଶଙ୍କା ରଖି ଲକଡାଉନ କରିବେ ବୋଲି ନିଷ୍ପତି ନେଇଛନ୍ତି | ତେବେ ଖୁବ ଶୀଘ୍ର ସରକାର ଜାନୁୟାରୀ ମାସ ର ଗାଇଡ଼ ଲାଇନ ପ୍ରକାଶ କରିବେ, ଏଣୁ ସମସ୍ତେ ଏହି ସଂକ୍ରମଣ ସଚେତନ ରହିବାକୁ ଅନୁରୋଧ କରାଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।