Just another WordPress site

ଏହି ରାଶି ଉପରେ ରହିଛି ଶନିଦେବଙ୍କ କୃପା ହେବ ଧନ ଏବଂ ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ

0 76

ଭଗବାନଙ୍କ ଏ ସୁନ୍ଦର ସୃଷ୍ଟିରେ ରାଶି ନକ୍ଷତ୍ରର ପ୍ରାଧାନ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ସଂସାର ନିୟମ ଗ୍ରହ ନକ୍ଷତ୍ର ଦ୍ବାରା ବନ୍ଧା ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭଗବାନ ମଧ୍ୟ ଏ ବିଚିତ୍ର ସଂସାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ମଧ୍ୟ ଗ୍ରହ ନକ୍ଷତ୍ରର ଦଶା ଭୋଗ କରିବାକୁ ପଡ଼ିଥିଲା

ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କହିଥାନ୍ତି କାରଣ ଶନିଦେବ ଅନ୍ୟାୟ ଅତ୍ୟାଚାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଘୋର କୋପ ଦୃଷ୍ଟି ପକାଇ ଥାନ୍ତି । ଯଦି ଶନିଦେବଙ୍କ କୋୖଣସି ରାଶିର ଜାତକ ଉପରେ କୋପ ଦୃଷ୍ଟି ପଡ଼ିଯାଏ ତେବେ ସେହି ରାଶିର ବ୍ୟକ୍ତିର ସାରା ଜୀବନ ଶନିଦେବଙ୍କ ଦଶା ଭୋଗିବାରେ କଟିଯାଇଥାଏ ତାଙ୍କ ପରିବାରରେ ସୁଖ ଶାନ୍ତି ଉଭେଇ ଯାଇଥାଏ। କିନ୍ତୁ ଯଦି ଶନିଦେବଙ୍କ କୃପା ଦୃଷ୍ଟି ସେହି ବ୍ୟକ୍ତି ଉପରେ ପଡ଼ିଥାଏ ସେହି ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଯାଏ। ଓ ସେ ତା ଜୀବନରେ ସବୁ ପ୍ରକାର ଖୁସି ର ଆନନ୍ଦ ଅନୁଭବ କରିପାରେ।

ମାତା ଲକ୍ଷ୍ମୀଙ୍କୁ ଧନଧାନ୍ୟା ଏବଂ ଐଶ୍ୱର୍ଯ୍ୟର ଦେବୀ ବୋଲି ବିବେଚନା କରାଯାଏ ଏବଂ ପ୍ରତେକ ମଣିଷ ଏହା ଚାହିଁଥାଏ କି ତା ଜୀବନରେ ମାତା ଲକ୍ଷ୍ମୀଙ୍କ ଅପାର କୃପା ଦୃଷ୍ଟି ସଦାସର୍ବଦା ରହିଥାଉ ଜ୍ୟୋତିଷମାନଙ୍କ ଗଣନା ଅନୁସାରେ ଗ୍ରହମାନଙ୍କର ଚଳନ ପାଇଁ ଏଭଳି ମହା ସଂଯୋଗ ବନୁଛି ଯାହା ଫଳରେ ମାତା ଲକ୍ଷ୍ମୀ ଏବଂ ଶନିଦେବତାଙ୍କ ଶୁଭଦୃଷ୍ଟି ଏକାସାଙ୍ଗରେ କିଛି ରଶିମାନଙ୍କ ଉପରେ ପଡିବ । ଯାହା ଫଳରେ ସେହି ରାଶିର ବ୍ୟକ୍ତିର ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ ଏବଂ ବହୁତ ସାରା ଧନର ବର୍ଷା।

ସେହି ସବୁ ରାଶି ଏବଂ ସେହି ରାଶି ଥିବା ବ୍ୟକ୍ତିର ହେବାକୁ ଯାଉଥିବା ପରିବର୍ତ୍ତନ ଗୁଡ଼ିକ ହେଉଛି:-

୧- ମେଷରାଶି:- ଏ ରାଶି ର ବ୍ୟକ୍ତିମନଙ୍କ ଖରାପ ସମୟ ସରିଯାଇଛି, ଏମାନଙ୍କ ଉପରେ ଶନିଦେବଙ୍କ କୃପା ଦୃଷ୍ଟି ସଦାସର୍ବଦା ରହିବ । ଶରୀର ସୁସ୍ଥ ରହିବା ସହ ମାନ ସମ୍ମାନ ପ୍ରାପ୍ତ ହେବ। ଶତ୍ରୁମାନେ ଦୁରେଇଯିବେ।


୨-କର୍କଟ ରାଶି:- ଏହି ରାଶି ଥିବା ବ୍ୟକ୍ତିର ଜୀବନ ରେ ଖୁସିର ଦିନ ଆରମ୍ଭ ହୋଇସାରିଛି , ସମସ୍ତ ପ୍ରକାର ମାନସିକ ଚିନ୍ତା ଦୂର ହେବା ସହ ଲାଭବାନ ହେବେ ।ନୂଆଁ ବନ୍ଧୁ ସୃଷ୍ଟି ହେବେ, ଗୁରୁଜନଙ୍କ ଆର୍ଶୀବାଦ ମିଳିବ।

୩- ବିଛାରାଶି:- ବିଛା ରାଶି ଥିବା ବ୍ୟକ୍ତିର ସମସ୍ତ ପ୍ରକାରର କଷ୍ଟଦୂର ହେବ । ବହୁତ ଜଲଦି ସଫଳତା ହାସଲ କରିବେ । ଚାକିରୀ ଆଶାୟୀ ପ୍ରାର୍ଥୀମାନେ ମନଲାଖି ଚାକିରୀ ପାଇବେ।ଏହା ସହିତ ଲୋକମାନଙ୍କର ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ।


୪-ଧନୁ ରାଶି:- ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ଶନିଦେବ ଖୁସି ରହିବେ , ବେପାରୀ ମାନେ ଲାଭବାନ ହେବେ,ଅନେକ ସମୟରେ ସଫଳତାର ମାର୍ଗ ପ୍ରାପ୍ତ ହେବା ସହ ଖୁସିରେ ଜୀବନ ଅତିବାହିତ କରିବେ ।

୫- କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତିର ଭାଗ୍ୟରେ ଆର୍ଥିକ ଅବସ୍ଥା ସୁଧାରିବା ସହ ଗୃହସ୍ଥ ଜୀବନ ସୁଖମୟ ହେବ।


୬-ତୁଳା ରାଶି:- ତୁଳା ରାଶିର ବ୍ୟକ୍ତିମାନଙ୍କର ସୁଖ ଶାନ୍ତି ଲାଗି ରହିବ ବହୁତ୍ ଦିନରୁ ଅଟକି ରହିଥିବା ଟଙ୍କାପଇସା ଫେରିପାଇବାର ସମ୍ଭାବନା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।