
ନିଜ ସ୍ୱାସ୍ଥ୍ୟ ପାଇଁ ହୋଇଯାଆନ୍ତୁ ସତର୍କ….. ପ୍ରତିଦିନ ସକାଳେ କରନ୍ତୁ ଏହି ଗୋଟିଏ ୟଗା.ଜୀବନ ରେ କେବେ ଆପଣ ଦୁର୍ବଳ କିମ୍ବା ମାନସିକ ଅସ୍ଥିରତା ଅନୁଭବ କରିବେ ନାହିଁ.ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ..
ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ତାହା ଠିକ ଭାବରେ କରିବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
ତେବେ ଯୁଗ କରିବା ମଧ୍ୟରେ ଅନେକ ପ୍ରକାରର ୟୋଗା ରହିଛି।ଯେପରି କି ମନ କୁ ସ୍ଥିର କରିବା ପାଇଁ ଅଲଗା ୟୋଗା ରହିଥାଏ , ସେହିପରି ଭିନ୍ନ ଭିନ୍ନ ରୋଗ ପାଇଁ ମଧ୍ୟ ଚିକିତ୍ସା ୟୋଗା ଦ୍ୱାରା ସମ୍ଭବ ହୋଇଥାଏ। କିନ୍ତୁ ଆମକୁ ସର୍ବଦା ଠିକ ଭାବରେ ବ୍ୟାୟାମ କରିବା ଉଚିତ ହୋଇଥାଏ। ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ଙ୍କୁ ଏହିପରି ଏକ ଆଶନ ବିଷୟ ରେ ଜଣେଇବୁ ଯାହା ଆପଣ ଙ୍କୁ ଭିତରୁ ଷ୍ଟ୍ରଙ୍ଗ ଏବଂ ମାନସିକ ସ୍ତର ରେ ଶାନ୍ତି ଦେବ।
ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ଯେଉଁ ଯୋଗାଶନ ବିଷୟ ରେ ଜଣାଇଛନ୍ତି ତାହା ର ନାମ ହେଉଛି “ଶୋୟାଶନ”।ତେବେ ଏହି ଆସନ ଟିକୁ ଆପଣ ପ୍ରତିଦିନ ସକାଳେ କରିବା ଦ୍ୱାରା ଆପଣ ଙ୍କର ଦେହ ସୁସ୍ଥ ରହିବ ଏବଂ ମନ ଶାନ୍ତ ରହିଥାଏ।ତେବେ ଏହି ଆସନ ଟିକୁ କରିବା ଏତେ ସହଜ ହୋଇନଥାଏ। ତେଣୁ ଆସନ୍ତୁ ଏହାକୁ କରିବାର ସମ୍ପୂର୍ଣ୍ଣ ପ୍ରଣାଳୀ ବିଷୟରେ ସଠିକ ଭାବରେ ଜାଣିବା।
ଏହି ଶୋୟାସନ ଟିକୁ କରିବା ପାଇଁ ପ୍ରଥମେ ଦୁଇ ଗୋଡ଼ କୁ ପଛକୁ ନେଇ ତା ଉପରେ ଅନୁଲମ୍ବ ଭବରେ ସିଧା ବସି ଯାଆନ୍ତୁ। ବସିବା ପରେ ଧୀରେ ଧୀରେ ଦୁଇ ହାତ କୁ ପଛକୁ ନେଇ , ପ୍ରଥମେ କହୁଣୀ ମାଧ୍ୟମ ରେ ଶରୀର କୁ ତଳକୁ ନିଅନ୍ତୁ। ବର୍ତ୍ତମାନ ଦୁଇ ହାତ କୁ ଦୁଇ ପାଦ ରେ ଧରି ନିଅନ୍ତୁ ।ବର୍ତ୍ତମାନ ଧୀରେ ଧୀରେ ନିଜ ଶରୀର କୁ ତଳକୁ ଖସେଇ ବାକୁ ଚେଷ୍ଟା କରନ୍ତୁ ଏବଂ ମୁଣ୍ଡ କୁ ଓଲଟା ଭାବରେ ତଳେ ଲଗାନ୍ତୁ।
ପୁଣି ସେହି ସମାନ ପ୍ରଣାଳୀ ରେ ମୁଣ୍ଡ କୁ ଉପରକୁ ଉଠାଇ ପ୍ରଥମ ଷ୍ଟେପ କୁ ଆସି ଯାଆନ୍ତୁ। ତେବେ ପ୍ରତିଦିନ ନିୟମିତ ଭାବରେ ଏହି ଆଶନ କୁ ୩ ରୁ ୫ ଥର କରନ୍ତୁ। ଏହାକୁ କରିବା ପ୍ରଥମେ ଟିକିଏ କଷ୍ଟ ହୋଇପାରେ ମାତ୍ର ଆମ ଶରୀର ପାଇଁ ଏହା ବହୁତ ଉଦଦେୟ ଅଟେ। ତେବେ ଏହି ୟୋଗା କୁ ଆପଣ ନିୟମିତ ଭାବରେ ସକାଳେ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଶାରିରୀକ, ମାନସିକ ତଥା ଆଧ୍ୟାତ୍ମିକତା ସ୍ତର ରେ ଶାନ୍ତି ଅନୁଭବ କରିବେ ।ଏହା ଆପଣ ଙ୍କୁ ସାରା ଦିନ ଫ୍ରେସ ରଖିବାରେ ମଧ୍ୟ ସାହଯ୍ୟ କରିଥାଏ। ଏହାକୁ ଘରେ ନିଶ୍ଚିତ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।