Just another WordPress site

health teps – ଗୋଟିଏ ସପ୍ତାହ ମଧ୍ୟରେ କମ କରନ୍ତୁ ପେଟର ଓଜନ ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧୦୦%ଗ୍ୟାରେଣ୍ଟି.

0 93

ଆଧୁନିକ ସମାଜରେ ସୁନ୍ଦର ସ୍ୱାସ୍ଥ୍ୟ ହିଁ ନିଜକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ। ସୁନ୍ଦର ଦେଖାଯିବା ପାଇଁ ଆଜିର ଏ ଆଧୁନିକ ମଣିଷ ନିଜର ପ୍ରୟାସ ଜାରି ରଖିଛି।କିଛି ବ୍ୟକ୍ତି ସୁନ୍ଦର ପାଇଁ ୟୋଗ, ବ୍ୟାୟାମ ଆଦି କରିଥାନ୍ତି ଯାହା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ ସୁନ୍ଦର ଦେଖାଯିବାର ଆଉ ଏକ କାରଣ ହେଉଛି ସୁନ୍ଦର ସ୍ୱାସ୍ଥ୍ୟ ଅବସ୍ଥା।ଯାହା ନିହାତି ଆବଶ୍ୟକ। ଶରୀରର ଓଜନ ଯଦି ଅଧିକ ରହିଥାଏ ତେବେ ସେହି ମଣିଷ ମୋଟରୁ ବି ସୁନ୍ଦର ଦେଖା ଯାଇନଥାଏ।

ମୋଟା ଲୋକ ମାନଙ୍କର ସାଧାରଣତଃ ପେଟ ବହାରି ପଡ଼ିଥାଏ। ଯାହା ବହୁତ ଅସୁନ୍ଦର ଦେଖାଯାଇଥାଏ।ଏହି ପେଟ କମ କରିବା ପାଇଁ ଲୋକ ମାନେ ବହୁତ କିଛି ପ୍ରୟାସ ଜାରି ରଖିଥାନ୍ତି।ବଜାରରେ ମିଳୁଥିବା ଔଷଧ ମଧ୍ୟ ସେବନ କରିଥାନ୍ତି ଯାହାର କୁ ପ୍ରଭାବ ଦେଖିବାକୁ ମିଳିଥାଏ


ତେଣୁ ଆଜି ଆମେ ଜାଣିବା କିପରି ଭାବରେ ଆମେ ଘରେ ଏକ ପାନୀୟ ପ୍ରସ୍ତୁତ କରିବା ଯାହା ଦ୍ୱାରା କିଛିଦିନ ମଧ୍ୟରେ ପେଟ କମି ଯିବ ଆଉ ଆପଣ ଏକ ସୁନ୍ଦର ଶରୀର ପାଇପାରିବେ ସେ ବିଷୟରେ ଜାଣିବା। ସକାଳ ଖାଲି ପେଟରେ ଏହି ପାନୀୟ ପିଇବା ଦ୍ଵାରା ବହୁତ ଜଲଦି ପେଟ କମିଯାଇଥାଏ ।ଏହା ସମ୍ପୁର୍ଣ୍ଣ ରୂପେ ପ୍ରାକୃତିକ ହୋଇଥିବାରୁ ଏହାର କିଛି କୁ ପ୍ରଭାବ ପଡ଼ିନଥାଏ।ଏହା ଶରୀର ପାଇଁ ବହୁତ ଉପଯୋଗୀ ।

ଆବଶ୍ୟକ ସାମଗ୍ରୀ:- ଜିରା, ଅଦା, ଲେମ୍ବୁ,ମହୁ


ପ୍ରସ୍ତୁତି ପ୍ରଣାଳୀ:- ପ୍ରଥମେ ଏକ କପ ପାଣିକୁ ଗରମ କରନ୍ତୁ।ପାଣି ଭଲ ଭାବରେ ଫୁଟିଲା ପରେ ଏଥିରେ ଏକ ଚାମଚ କଞ୍ଚା ଜିରା ପକାନ୍ତୁ ,ଜିରା ଶରୀରରେ ଥିବା ଏସିଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।ଏହାପରେ ଗୋଟେ ଇଞ୍ଚ୍ ର ଅଦାକୁ ଛେଞ୍ଚି ପକାନ୍ତୁ ପାଣି ର ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ପାଣିକୁ ଭଲ ଭାବରେ ଫୁଟାନ୍ତୁ। ତା ପରେ ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ।

ପୁରା ଥଣ୍ଡା କରନ୍ତୁ ନାହିଁ ଟିକେ ଉଷୁମ ଥିବ ଏହାକୁ ଏକ ପତ୍ରକୁ ଛାଣି ରଖନ୍ତୁ।ଏବେ ଏଥିରେ ଫାଳେ ଲେମ୍ବୁ ରସ ପକାନ୍ତୁ, ଲେମ୍ବୁ ରସ ଶରୀରରେ ଜମି ରହିଥିବା ଚର୍ବି କୁ ତରଳିବାରେ ସାହାଯ୍ୟ କରିଥାଏ।ଏବଂ ଏଥିରେ ଏକ ଚାମଚ ମହୁ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ମହୁକୁ କେବେ ଅଧିକ ଗରମ ଥିବା ପାଣିରେ ପକାନ୍ତୁ ନାହିଁ ଏହା ବହୁତ କ୍ଷତି କାରକ ହୋଇଥାଏ।


ଏହା ଦିନକୁ ଦୁଇ ଥର ପିଅନ୍ତୁ।ପ୍ରଥମେ ସକାଳୁ ଖାଲି ପେଟରେ ପିଅନ୍ତୁ ଏବଂ ଦିପହର ଖାଦ୍ୟର ଦୁଇ ତିନି ଘଣ୍ଟା ଛାଡି ପିଅନ୍ତୁ।
ପ୍ରକୃତରେ ଏହା ଏକ ଭଲ ଉପାୟ ଯାହା ଶରୀର ର ଓଜନ କମ କରିବାରେ ବହୁତ ସହାୟକ ହୋଇଥାଏ ଏବଂ ଏହାର କିଛି କୁ ପ୍ରଭାବ ଦେଖିବାକୁ ମିଳିନଥାଏ ।ଏମିତି କିଛି ଦିନ କରିବା ଦ୍ୱାରା ଶରୀରର ଓଜନ କମ ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।