Just another WordPress site

ବାଛନ୍ତୁ ନିଜର ଜନ୍ମ ତାରିଖ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ରେ Love Marriage ହେବ ନା Arrange Marriage ।

0 84

ବିବାହକୁ ନେଇ ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୁଏ ଯେ ସେମାନେ ପ୍ରେମ ବିବାହ କରିବେ ନା ପ୍ରସ୍ତାବିତ ବିବାହ କରିବେ। ତେବେ ନିଜ ଜନ୍ମ ତାରିଖ ଅନୁସାରେ ଯାଣନ୍ତୁ ଆପଣଙ୍କ ଭାଗ୍ୟରେ ପ୍ରେମ ବିବାହ ଅଛି ନା ପ୍ରସ୍ତାବିତ ବିବାହ ଯୋଗ ଅଛି।ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ହେଉଛି ଅଙ୍କଜ୍ୟୋତିଷ ଏହି ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ତାରିଖର ଅଙ୍କ ପାଠ କରାଯାଇ ମୂଲ୍ୟାୟନ କରାଯାଏ।ଯାହା ଦ୍ୱାରା ନିଜ ଜନ୍ମ ତାରିଖ ଅନୁସାରେ ନିଜର ବିବାହ ସମ୍ପର୍କରେ ସୂଚନା ମିଳିଥାଏ।

ଯେଉଁମାନେ ମାସର ୧,୨,୩,୪ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାଧାରଣତଃ ଟିକେ ଲାଜୁଆ ସ୍ୱଭାବର ହୋଇଥାନ୍ତି। ତେଣୁ ଏମାନଙ୍କର ପ୍ରେମ ବିବାହ ହୋଇନଥାଏ।


ଯେଉଁମାନେ ମାସର ୫,୬,୭,୮ ତାରିଖରେ ଜନ୍ମ ହୋଇଥାନ୍ତି ସେମାନଙ୍କ ମାନସିକ ସ୍ଥିତି ବହୁତ ଭଲ ରହିଥାଏ ।ଏହି ବ୍ୟକ୍ତିମାନେ ଧୀରେ ଧୀରେ ପ୍ରେମ କରିଥାନ୍ତି। ପ୍ରେମ ସମ୍ପର୍କକୁ ଠିକ୍ ଭାବରେ ସଫଳ କରିଥାନ୍ତି।ଏହି ବ୍ୟକ୍ତି ମାନେ ବହୁ ମାତ୍ରାରେ ପ୍ରେମ ବିବାହ କରିଥାନ୍ତି।

୯,୧୦,୧୧,୧୨ ଏହି ତାରିଖରେ ଯେଁଉ ମାନେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାଧାରଣତଃ ପ୍ରେମ ବିବାହରେ ସଫଳତା ହାସଲ କରିଥାନ୍ତି।ଏମାନେ ପ୍ରେମକୁ ନେଇ ଖୁବ ଆଗ୍ରହ ପ୍ରକାଶ କରନ୍ତି। ଏମାନଙ୍କୁ ପ୍ରେମ ପାଇଁ ବିଶେଷ କଷ୍ଟ କରିବାକୁ ପଡେ ନାହିଁ। ଖୁବ ଜଲଦି ଏମାନଙ୍କୁ ନିଜର ଭଲପାଇବା ମିଳିଯାଏ।


୧୩,୧୪,୧୫,୧୬ ଏହି ତାରିଖରେ ଜନ୍ମ ଗ୍ରହଣ କରିଥିବା ଲୋକ ମାନେ ପ୍ରେମକୁ ବିଶେଷ ବହୁତ ଗୁରୁତ୍ବ ଦେଇନଥାନ୍ତି।ନିଜ ଜୀବନରେ ଏମାନେ ବହୁତ ଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥାନ୍ତି । ଏମାନଙ୍କର ପ୍ରେମ ବିବାହ କଦାପି ସମ୍ଭବ ହୁଏନାହିଁ।

ଯେଉଁମାନେ ମାସର ୧୭,୧୮,୧୯ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାଧାରଣତଃ ନିଜ ପରିବାର ଲୋକ ସମତିରେ ବିବାହ କରିଥାନ୍ତି। ନିଜ ପରିବାର ଲୋକ ମାନଙ୍କର କଥାରେ ବିବାହ କରି ଥାଆନ୍ତି। ଏମାନଙ୍କ ଭାଗ୍ୟରେ ପ୍ରେମ ଥାଇ ମଧ୍ୟ ଏମାନେ ପ୍ରେମ ବିବାହ କରି ପାରନ୍ତି ନାହିଁ

ଯେଉଁମାନେ ମାସର ୨୦,୨୧,୨୨ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ପ୍ରେମକୁ ବହୁତ ଗୁରୁତ୍ବ ଦେଇଥାନ୍ତି।ଏମାନେ ସର୍ବଦା ପ୍ରେମ ବିବାହ କରିଥାନ୍ତି।ନିଜ ପରିବାରର ସମତି ଅନୁସାରେ ଏମାନେ ପ୍ରେମ ବିବାହ କରିଥାନ୍ତି।


୨୩,୨୪,୨୫ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପ୍ରେମ କରିବାକୁ ଇଚ୍ଛା ଥିଲେ ବି ଏମାନେ ପ୍ରେମ କରିପାରନ୍ତି ନାହିଁ। ତେଣୁ ଏମାନେ ପରିବାର ଲୋକଙ୍କ କଥାରେ ବିବାହ କରିଥାନ୍ତି।

୨୬,୨୭,୨୮ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପ୍ରେମ ବିବାହ କରିନଥାନ୍ତି। ଏମାନେ ପ୍ରେମକୁ ବିଶେଷ ଧ୍ୟାନ ଦିଅନ୍ତି ନାହିଁ।ପ୍ରେମର ପରିଭାଷାକୁ ଏମାନେ ବୁଝି ପାରନ୍ତି ନାହିଁ।ଏମାନେ ପ୍ରସ୍ତାବିତ ବିବାହକୁ ଅଧିକ ଗୁରୁତ୍ୱ ଦିଅନ୍ତି।

୨୯,୩୦,୩୧ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପ୍ରେମକରି ମଧ୍ୟ ପ୍ରେମ ବିବାହ କରି ନଥାନ୍ତି ଏମାନଙ୍କୁ ନିଜର ଭଲପାଇବା ମିଳିନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।