Just another WordPress site

Breaking News – ଏବେ ଚଳଚିତ୍ର ଜଗତରୁ ଆସିଲା ବଡ ଦୁଖଦଃ ଖବର ! ବର୍ଷିଆନ ଅଭିନେତା ମିହିର ଦାସଙ୍କ ପରଲୋକ…ଦୟାକରି ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରନ୍ତୁ..

0 125

ଅଭିନୟ ଜଗତରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ। ଏଥିପାଇଁ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ସିନେମା ଜଗତର ଜଣାଶୁଣା ନାଁ କହିଲେ ମିହିର ଦାସ ନାଁ ଆଗ ଆସିଥାଏ। କିଛି ଦିନ ଧରି ଅସୁସ୍ଥତା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ ।

ପୂର୍ବରୁ ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଶରୀରର ବିଭିନ୍ନ ଅସୁବିଧା ପାଇଁ କିଡନୀ ସଂକ୍ରମଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ସେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଡିସେମ୍ୱର ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମିହିର ଦାସ ୧୯୬୬ ମସିହା ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇ ଥିଲେ ମିହିର । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରଜ, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌,ଲଭ ପାଇଁ କୁଛଭି କରେଗା,ଚାଲ ଟିକେ ଦୁଷ୍ଟ ହେବା,

ଫେରିଆ ମୋ ସୁନା ଭଉଣୀ, ଲଭ ମାଷ୍ଟର, ଶ୍ରୀମାନ ସୁର ଦାସ। ଆଦି ବହୁତ ହିଟ୍ ସିନେମା ଅନ୍ୟତମ ।ନିଜର ସଫଳତା ପୂର୍ବକ ଅଭିନୟ ସେ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ବହୁତ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।ସେ ବହୁତ ସିନେମା ପାଇଁ ସର୍ବଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଛନ୍ତି।

ଏଭଳି ଜଣେ ବହୁ ପ୍ରତିଭା ଧାରୀ କଳାକାରଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। କେବଳ କଳା ଜଗତରେ ନୁହେଁ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି। ମିହିର ଦାସଙ୍କ ଅଭୁଲା ସୃତି ସମଗ୍ର ଓଡ଼ିଶା ବାସୀଙ୍କର ହୃଦୟ ସଦା ସର୍ବଦା ରହିବ। ମିହିର ଦାସଙ୍କ କାଳଜୟୀ ଅଭିନୟ କାଳ କାଳ ପାଇଁ ଅଭୁଲା ହୋଇ ରହିଥିବ ।

ତାଙ୍କର ସିନେମା ଜଗତ ପାଇଁ ଯେଉଁ ଅବଦାନ ରହିଛି ତାହା ଆସୁଥିବା ଯୁବ ସମାଜ ପାଇଁ ବା ଅନ୍ୟ କଳାକାର ମାନଙ୍କ ପ୍ରତି ଉଦାହରଣ ହେଇ ଯୁଗ ଯୁଗ ପାଇଁ ରହିଯିବ। ହେଲେ ଦୁଃ କାରଣ ହେଉଛି ଆଜି ଆମର ପ୍ରିୟ କଳାକାର ମିହିର ଦାସ ଆଉ ଆମ ଗହଣରେ ନାହାନ୍ତି କିନ୍ତୁ ସେ ଓଡ଼ିଶା ବାସୀଙ୍କ ହୃଦୟରେ ରହି ଛନ୍ତି ରହିଥିବ। ଭଗବାନ ତାଙ୍କର ଆତ୍ମାକୁ ମୁକ୍ତି ଦେଇ ପୁଣି ଆମ ନିକଟକୁ ଫେରି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।