Just another WordPress site

ବରିଷ୍ଠ ଅଭିନେତା ମିହିର ଦାସଙ୍କ ଶେଷ କୃତ୍ୟ.ଦେଖନ୍ତୁ ସମ୍ପୂର୍ଣ ଘଟଣା ..

0 196

ଓଡ଼ିଆ ସିନେମା ଜଗତର ଏକ ଜଣା ସୁନା ନାଁ ହେଉଛି ମିହିର ଦାସ।ଏହି ବରିଷ୍ଠ ଅଭିନେତା ମିହିର ଦାସ ଅଫେରା ରାଇଜରେ ପାଦ ରଖି ସାରିଛନ୍ତି। ଯେଉଁଠୁ ସେ ଆଉ କେବେ ବି ଫେରି ଆସିବେ ନାହିଁ। ଏଥିପାଇଁ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି।

କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ଥିବା ରହିଥିବା କଳାକାର ମାନେ ତାଙ୍କ ଦ୍ୱାରା ଆକର୍ଷିତ ଥିଲେ। ତାଙ୍କ ଅଭିନୀତ ଅଭିନୟ, ତାଙ୍କର ସାମାଜିକ ଜୀବନ ଶୈଳୀ ତାଙ୍କର ମଜା ମସ୍ତି ଖଟି ଭାଇଚାରା ଆଦି ସହରରେ ଥିବା ବ୍ୟକ୍ତିମାନଙ୍କ ସହ ସେ ବେଶ ଜଡ଼ିତ ଥିଲେ।ଗୋଟେ ପଟେ ସେ ଥିଲେ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ।ଆଉ ଗୋଟେ ପଟେ ସେ ଥିଲେ ଜଣେ ସମାଜସେବୀ ।ଜଣେ ସୁପରିଚିତ ସୁପରଷ୍ଟାର ହୋଇମଧ୍ୟ ସେ ସାଧାରଣ ଲୋକଙ୍କ ସହ ସାଧାରଣ ବ୍ୟବହାର କରୁଥିଲେ ଯାହା ଦେଖିବା ପାଇଁ ଖୁବ୍ କମ ମିଳିଥାଏ।

ଓଡ଼ିଆ ପରମ୍ପରା ଅନୁସାରେ ପୁଅ ଅମ୍ଳାନ ବାପ ମିହିରଙ୍କ ମୁହଁରେ ମୁଖାଗ୍ନି ଦେଇଛନ୍ତି।କଟକରେ ଥିବା ସତୀ ଚଉରା ନିକଟରେ ମିହିର ଦାସଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ମିହିର ଦାସଙ୍କ ଶେଷ ଦର୍ଶନ କରିବା ପାଇଁ ଓଡ଼ିଆ ସିନେ ପ୍ରେମୀ ମାନେ ବହୁତ ଭିଡ଼ ଲଗାଇଥିଲେ ।ତାଙ୍କ ଭଳି ଏକ ବରିଷ୍ଠ ଅଭିନେତାଙ୍କୁ ହରେଇ ସମସ୍ତ ଙ୍କ ହୃଦୟରେ ଶୋକର ଛାୟା ଖେଳି ଯାଇଛି ।

ସେ ପ୍ରଥମେ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ‘ରାମାୟଣ’ ଚଳଚ୍ଚିତ୍ର ମାଧ୍ୟମରେ ଶତ୍ରୁଘ୍ନ ଚରିତ୍ରରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ।ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରଜ, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌,ଲଭ ପାଇଁ କୁଛଭି କରେଗା,ଚାଲ ଟିକେ ଦୁଷ୍ଟ ହେବା,ଫେରିଆ ମୋ ସୁନା ଭଉଣୀ, ଲଭ ମାଷ୍ଟର, ଶ୍ରୀମାନ ସୁର ଦାସ।

ଆଦି ବହୁତ ହିଟ୍ ସିନେମା ଅନ୍ୟତମ ।ନିଜର ସଫଳତା ପୂର୍ବକ ଅଭିନୟ ସେ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ବହୁତ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା।ତେବେ ୨୦୨୧ ମସିହାରେ ତରଙ୍ଗ ସିନେ ଉତ୍ସବ ମାଧ୍ୟମରେ ତାଙ୍କୁ ଲାଇଫ ଟାଇମ ଆଚିଇଭମେଣ୍ଟ ର ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଭଳି ଜଣେ ବହୁ ପ୍ରତିଭା ଧାରୀ କଳାକାରଙ୍କ ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଛି। କେବଳ କଳା ଜଗତରେ ନୁହେଁ ମିହିର ଦାସଙ୍କ ଅଭୁଲା ସୃତି ସମଗ୍ର ଓଡ଼ିଶା ବାସୀଙ୍କର ହୃଦୟ ସଦା ସର୍ବଦା ରହିବ। ମିହିର ଦାସଙ୍କ କାଳଜୟୀ ଅଭିନୟ କାଳ କାଳ ପାଇଁ ଅଭୁଲା ହୋଇ ରହିଥିବ । ତାଙ୍କର ସିନେମା ଜଗତ ପାଇଁ ଯେଉଁ ଅବଦାନ ରହିଛି ତାହା ଆସୁଥିବା ଯୁବ ସମାଜ ପାଇଁ ବା ଅନ୍ୟ କଳାକାର ମାନଙ୍କ ପ୍ରତି ଉଦାହରଣ ହେଇ ଯୁଗ ଯୁଗ ପାଇଁ ରହିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।