Just another WordPress site

viral ଭିଡ଼ିଓ- ଧିକ ଏଭଳି ପୁଅଙ୍କୁ, 94 ବର୍ଷୀୟ ବୃଦ୍ଧ ବାପାକୁ ଘରୁ ତଡିଦେଲେ ପୁଅ… Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ !

0 88

କୁହାଯାଏ ଯେ “ପିତା ମାତା ଠାରୁ ବଡ଼ ଦେବତା କେ ‘ସରଗେ ରାଇଜେ ନାହିଁ,ତାଙ୍କରି ଆଶିଷ ସାହା ଏକା ସିନା ବିପଦୁ ତରିବା ପାଇଁ”।ପିତା ମାତା ଚଳନ୍ତି ଦେବତା ଅଟନ୍ତି, ତାଙ୍କ ଠାରୁ ମହାନ୍ ଏ ସଂସାରରେ କେହି ନାହିଁ। ସନ୍ତାନ ଜନ୍ମ ନେବା ପର ଠାରୁ ପିତା ମାତା ତା ଲାଳନ ପାଳନର ଦାୟତ୍ବ ନିଜେ ତୁଲେଇ ଥାନ୍ତି।ନିଜେ ନଖାଇ ନ ପିଇ ସନ୍ତାନର ଭଲ ମନ୍ଦ ବୁଝି ଥାନ୍ତି। ସନ୍ତାନ ଉପରକୁ ଆସୁଥିବା ବିପଦକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି। ନିଜର ଶେଷ ସମୟକୁ ସନ୍ତାନ ସହ ବିତେଇବାକୁ ଚାହିଁଥାନ୍ତି।କିନ୍ତୁ ସବୁ ସନ୍ତାନ ବଡ ହୋଇ କଣ ବାପ ମାଆଙ୍କର ଉଚିତ୍ ମୂଲ୍ୟକୁ ବୁଝି ପାରିଥାଏ।

ଦୁନିଆରେ ଏମିତି କେତେ ଜଣ ଅବୁଝା ସନ୍ତାନ ଅଛନ୍ତି ଯେଉଁମାନେ ପିତା ମାତାଙ୍କର ତ୍ୟାଗର ମୂଲ୍ୟକୁ ସହଜରେ ବୁଝି ପାରନ୍ତି ନାହିଁ। ବଡ ହେବା ପରେ କୁସଂଗ ବସ ବର୍ତ୍ତି ହୋଇ ବୃଦ୍ଧ ଅବସ୍ଥାରେ ନିଜ ପିତା ମାତାଙ୍କ ଉପରେ ଅତ୍ୟାଚାର କରନ୍ତି। ସେମିତି ଏକ ହୃଦୟ ବିଦାରକ ଘଟଣା ଓଡ଼ିଶାର ରାଉଲକେଲା ସେକ୍ଟର-୬ ତାରାତାରିଣୀ ଅଞ୍ଚଳରେ ଦେଖିବାକୁ ମିଳିଛି।ନିଜ ବୃଦ୍ଧ ପିତା ଙ୍କୁ ବୃଦ୍ଧ ବୟସରେ ସାହାରା ଦେବା ବଦଳରେ ଘରୁ ବାହାର କରିଦେଇଛି ପୁଅ।

ରାଉଲକେଲା ସେକ୍ଟର-୬ ତାରାତାରିଣୀ ବସ୍ତିରେ ରୁହନ୍ତି କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ବୟସ ୯୪ ଛୁଇଁଲାନି।କହିବାକୁ ଗଲେ ଘର ପରିବାର ସବୁ ଅଛି, ତଥାପି ବେସାହାରା ହୋଇ ପଡ଼ିଛନ୍ତି କୃଷ୍ଣଚନ୍ଦ୍ର ଖୁଣ୍ଟିଆ। ଯେଉଁ ସମୟରେ ପୁଅ ବହୁଙ୍କ ସେବା ପାଇବା କଥା,ନାତି ନାତୁଣୀଙ୍କ ସହ ମଜା ମସ୍ତି ଖେଳ କୁଦ କରିବା କଥା ସେ ସମୟଟି ତାଙ୍କ ପାଇଁ ଅଭିଶାପ ପରି ପାଲଟି ଯାଇଛି ।ଗୋଟିଏ ବୋଲି ଗେହ୍ଲାପୁଅ ହେଲେ ସେ ଏବେ ୯୪ ବର୍ଷୀୟ ବୃଦ୍ଧ ପିତାଙ୍କଠୁ ଅଲଗା ହୋଇ ରହୁଛି।

ସାଇ ପଡ଼ିଶାର ଲୋକ ମାନଙ୍କ ଠାରୁ ଯେତିକି ସାହାଯ୍ୟ ପାଉଛନ୍ତି ସେତିକିରେ ସନ୍ତୁଷ୍ଟ ହେବାକୁ ପଡୁଛି କୃଷ୍ଣଚନ୍ଦ୍ରଙ୍କୁ। ପରିସ୍ଥିତି ଏମିତି ଯେ ସେ ଭଲ ଭାବରେ ଚଲା ବୁଲା କରିପାରୁ ନାହାନ୍ତି କି ଠିକ୍ ରେ କଥାବାର୍ତ୍ତା କରି ପାରୁନାହାନ୍ତି। ତଥାପି ସେ ପୁଅ ପାଖକୁ ଫେରିଯିବାକୁ ଚାହୁଁ ନାହାନ୍ତି କି ପୁ ମଧ୍ୟ ନିଜ ପିତାଙ୍କୁ ଫେରାଇ ନେବାକୁ ଚେଷ୍ଟା କରୁନି। କୃଷ୍ଣ ଚନ୍ଦ୍ରଙ୍କ କହିବା ଅନୁସାରେ ତାଙ୍କ ପୁଅ ତାଙ୍କୁ ଚାହାରେ ବିଷ ମିଶାଇ ପିଇବା ପାଇଁ ଦେଇଥିଲେ ସେ ଏହା ଜାଣି ପାରି ଚାହାକୁ ନପିଇ ଫୋପାଡି ଦେଇଥିଲେ।

କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଅନେକ ଦିନ ଧରି ସେ ଅସୁସ୍ଥ ଅବସ୍ଥାରେ ରହିବା ସହ ଆଶ୍ରୟସ୍ଥଳୀ ନଥିବା ପରି ନ୍ରିଆଶ୍ରୟ ହୋଇ ଏକୁଟିଆ ଜୀବନ ଅତିବାହିତ କରିଥିଲେ ।ଶେଷରେ ବେସାହାରା ହୋଇ ପଡ଼ିଥିବା ୯୪ ବର୍ଷୀୟ ବୃଦ୍ଧ କୃଷ୍ଣଚନ୍ଦ୍ରଙଙ୍କୁ ରାଉଲକେଲା ସରକାରୀ ଡାକ୍ତର ଖାନାକୁ ନିଆ ଯାଇଛି।ସେଠାରେ ତାଙ୍କର ଚିକିତ୍ସା କରାଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।