Just another WordPress site

ପତଳା ରୁ କେମିତି ମୋଟା ହେବେ ଘରୋଇ ଉପଚାର,ଜାଣନ୍ତୁ କଣ କଣ କରିବେ !

0 103

ସୁନ୍ଦର ସ୍ୱାସ୍ଥ୍ୟ ହିଁ ମଣିଷକୁ ଠିକ୍ ଭାବରେ ଗଢି ତୋଲିବାରେ ସାହାଯ୍ୟ କରିଥାଏ। ଦୁର୍ବଳ ପତଳା ଶରୀର ମଣିଷକୁ ରୋଗଗ୍ରସ୍ତ କରିଦିଏ।ଏମାନେ ଶାରୀରିକ ପରିଶ୍ରମ କରି ପାରନ୍ତି ନାହିଁ ଫଳରେ ଏମାନେ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇ ପଡନ୍ତି। ଓଜନ ବୃଦ୍ଧି କରିବା ପାଇଁ ବେଳେ ବେଳେ ଭୁଲ ଉପାୟ ଅବଲମ୍ବନ କରନ୍ତି ଯାହା ଫଳରେ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ।

ମାର୍କେଟ ରେ ବିକ୍ରି ହେଉଥିବା ଔଷଧ ମଧ୍ୟ ସେବନ କରିଥାନ୍ତି ଯାହା ଫଳରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳି ଥାଏ।ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।ଯେଉଁମାନଙ୍କ ର ଓଜନ ବହୁତ କମ ରହିଛି ସେମାନଙ୍କୁ ହିଁ ଅଧିକ ରୋଗ ହୋଇଥାଏ।ତେବେ ଓଜନ ବଢ଼ାଇବା

ପାଇଁ ମଧ୍ୟ ଅନେକ ପ୍ରାକୃତିକ ଔଷଧ ରହିଛି।ତେବେ ଆଜି ଆମେ ଆପଣଂକୁ ସେହି ଵିଷୟ ରେ ଜଣାଇବୁ।ମାତ୍ର କିଛି ଦିନ ଏହାକୁ ସେବନ କରିବା ଦ୍ୱାରା ଆପଣ ଙ୍କ ଓଜନ ୧୦ କିଲୋ ବଢିଯିବ।ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।
ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ପରି ଏକ ଉପାୟ କହିବୁ ଯାହା ଦ୍ୱାରା ଶତ ପ୍ରତିଶତ ଆପଣଙ୍କ ର ଓଜନ ବଢିବ।


ପ୍ରଥମେ ଏକ ଗ୍ଲାସ କ୍ଷୀରରେ ୨ଟି କଦଳୀ, ଅଧ ଚାମଚ ଗୁଜୁରାତି ଗୁଣ୍ଡ ଏବଂ ଏକ ଚାମଚ ଦେଶୀ ଗୁଆ ଘିଅ ନିଅନ୍ତୁ।ଓଜନ ବଢ଼ାଇବା ପାଇଁ କଦଳୀ ବହୁତ ସାହାଯ୍ୟ କରିଥାଏ।କଦଳୀ ରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଆବଶ୍ୟକୀୟ ହୋଇଥାଏ।ସେହି କଦଳୀ ର ଚୋପା ଛଡାଇ ଦିଅନ୍ତୁ।ତାପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁସବୁ କଦଳୀ କୁ ସେହିପରି ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।

ଏହା ପରେ ଗୋଟିଏ ଗ୍ଲାସ ଉଷୁମ କ୍ଷୀର ବା ଫୁଟା କ୍ଷୀର ନିଅନ୍ତୁ।ଏଥିରେ ଆପଣ ଶୁଦ୍ଧ ଗାଈ କ୍ଷୀର ର ବ୍ୟବହାର କଲେ ବହୁତ ଭଲ ପରିଣାମ ମିଳିଥାଏ।ତେବେ ଏହି କ୍ଷୀର, କଦଳୀ, ଗୁଆଘିଅ ଓ ଗୁଜୁରାତି ଗୁଣ୍ଡ କୁ ମିଶାଇ ଭଲ ଭାବରେ ଗ୍ରାଇଡିଂ କରିଦିଅନ୍ତୁ।ଯଦି ଆପଣ ପୂର୍ବ ରୁ ବାନାନା ଶେକ ଖାଇଛନ୍ତି ତେବେ ସେହି ପରି ହିଁ କରନ୍ତୁ।


ଏହା ପ୍ରାକୃତିକ ଏବଂ ଘରୋଇ ହୋଇଥିବାରୁ ଏଥିରେ କିଛି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନଥାଏ ତେଣୁ ଏହି ପ୍ରସ୍ତୁତ ମିଶ୍ରଣ କୁ ବୃଦ୍ଧ ଙ୍କ ଠାରୁ ନେଇ ଶିଶୁ ପର୍ଯ୍ୟନ୍ତ ସମସ୍ତେ ଏହାକୁ ସେବନ କରିପାରିବେ।ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭ ଦାୟକ ଅଟେ।ଆପଣଙ୍କ ଶରୀର ର ଓଜନ ବଢିଲେ ଆପଣଙ୍କୁ ବିଶେଷ କିଛି ରୋଗ ହେବାର ଦେଖିବାକୁ ମିଳି ନ ଥାଏ।ଏହି ଉପୟକୁ ଘରେ ପ୍ରସ୍ତୁତ କରି କିଛିଦିନ ସେବନ କରନ୍ତୁ,ଓଜନରେ ବହୁତ ପରିବର୍ତ୍ତନ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।