Just another WordPress site

viral video-ଜଣେ ଯୁବକ ଙ୍କୁ ଦୁଇ ଜଣ ଯୁବତୀ…… ସ୍ୱାମୀ ତର ନା ମୋର….ଜାଣନ୍ତୁ ରାଜଧାନୀ ଭୁବନେଶ୍ବର ର ଏହି ଲୋକହସା ଘଟଣା…ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ……

0 65

ବିବାହ ଦୁନିଆଁ ର ସବୁଠାରୁ ପବିତ୍ର ବନ୍ଧନ ହୋଇଥାଏ। ବିବାହ ରେ ଜଣେ ଅଜଣା ଝିଅ ଆଉ ଜଣେ ଅଜଣା ଯୁବକ ଙ୍କୁ ବିବାହ କରିଥାଏ ସତ କିନ୍ତୁ ବିବାହ ପରେ ଦୁହେଁ ଦୁହିଁଙ୍କ ର ଜୀବନ ପାଲଟି ଯାଇଥାନ୍ତି। ଜଣଙ୍କ ବିନା ଅନ୍ୟ ଜଣଙ୍କର କୌଣସି ମୁଲ୍ୟ ନଥାଏ ବୋଲି କହିଲେ ମଧ୍ୟ କୌଣସି ଭୁଲ ହେବ ନାହିଁ। ଏହି ବିବାହ ସାତ ଜନ୍ମ ର ବନ୍ଧନ ହୋଇଥାଏ। ସବୁ ସୁଖ, ଦୁଃଖ, ହସ ଲୁହ କୁ ନେଇ ଏକ ନୂଆ ପରିବାର ଗଠନ କରିଥାଏ ଏହି ବିବାହ।

କିନ୍ତୁ ଏହି ପବିତ୍ର ଓ ବିଶ୍ଵାସ ର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଯେତେବେଳେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ଅନ୍ୟ କୋଉ ଝିଅ ବା ପୁଅ ଆସିଥାଏ। ତେବେ ଏହି ସ୍ୱାମୀ ସ୍ତ୍ରୀ ମଧ୍ୟ ବୁଝିପାରନ୍ତି ନାହିଁ କି ତାଙ୍କ ମଧ୍ୟରେ ଯେଉଁ ଝିଅ ବା ପୁଅ ଫାଟ ସୃଷ୍ଟି କରୁଛି ତା ଠାରୁ ଦୂରେଇ ଗଲେ ସବୁ ସମସ୍ୟା ର ସମାଧାନ ହୋଇଯିବ ବୋଲି। କିନ୍ତୁ ଓଲଟା ଏମାନେ ନିଜେ ନିଜ ଠୁ ଦୁରେଇ ଯାଇଥାନ୍ତି ।ତେବେ ଏହି ଭଳି ଏକ ଘଟଣା ଦେଖା ଦେଇଛି ରାଜଧାନୀ ଭୁବନେଶ୍ବର ରେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।

ସୂଚନାଯୋଗ୍ୟ ଯେ, ଏମିତି ଏକ କେସ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ ଜଣେ ଝିଅ ଅଭିଯୋଗ ଆଣିଛନ୍ତି କି ଜଣେ ବ୍ୟକ୍ତି ତାଙ୍କ ଜୀବନ କୁ ନଷ୍ଟ କରିଦେଇ ଛନ୍ତି ବୋଲି। ସେ କହିଛନ୍ତି କି ଯୁବକ ଜଣଙ୍କ ବିବାହିତ ଥିବା ପରେ ମଧ୍ୟ ମୋତେ ପ୍ରେମ କରୁଥିଲେ ଆଉ ପ୍ରାୟ ଏକ ବର୍ଷ ହେବ ଆମେ ପରସ୍ପର କୁ ବିବାହ ମଧ୍ୟ କରିସାରିଛୁ। ଆଉ ବିବାହ ପରେ ମୁଁ ଜାଣିବାକୁ ପାଇଲି କି ସେ ପୂର୍ବରୁ ବିବାହିତ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛୁଆ ବି ଅଛି।

ମାତ୍ର ଏହା ପରେ ମୁଁ ଯେତେବେଳେ ତାଙ୍କୁ ଏ ବିଷୟରେ ପଚାରିଲି ସେ କହିଥିଲେ କି ମୁଁ ଦୁଇ ଜଣଙ୍କୁ ବିବାହ କରିଛି ତେଣୁ ଦୁଇ ଜଣଙ୍କ ସହ ରହିବି ବୋଲି। ଆଉ ଏଥିରେ ମୋର କୌଣସି ଅସୁବିଧା ନଥିଲା। କିନ୍ତୁ ବର୍ତ୍ତମାନ ସେ ମୋତେ ଗ୍ରହଣ କରିନାହାଁନ୍ତି ଓଲଟା ଜୀବନ ରୁ ମାରି ଦେବାକୁ ଧମକ ଦେଉଛନ୍ତି।ଏ ନେଇ ମୁଁ ଥାନା ରେ ଅଭିଯୋଗ କରିଛି ମୋତେ ନ୍ୟାୟ ମିଳିବା ଦରକାର।

କିନ୍ତୁ ଏପଟେ ଯୁବକ ଙ୍କର ସ୍ତ୍ରୀ ଅଭିଯୋଗ କରିଛନ୍ତି କି ତାଙ୍କ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସବୁ ସମ୍ପର୍କ ଠିକ ରହିଛି, ଏହି ଯୁବତୀ ଜଣଙ୍କ ତାଙ୍କୁ ଫସେଇବା ପାଇଁ ଚେଷ୍ଟା କରୁଛନ୍ତି। ମୋ ସ୍ୱାମୀ କେବେ ବି ଜାଣିଶୁଣି ସେହିଭଳି କରିନାହାନ୍ତି ଏହି ଝିଅ ଟି ତାଙ୍କୁ ପ୍ରେମ ଜାଲରେ ପକାଇ ହଇରାଣ କରିବା ସହ ମୋ ପରିବାର କୁ ନଷ୍ଟ କରିବା ରେ ଲାଗିଛି। ତେଣୁ ମୋତେ ନ୍ୟାୟ ମିଳୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।