Just another WordPress site

ହେ ଭଗବାନ….ଘର ମଧ୍ୟରେ ଲୁଚି ରହିଥିଲା ତିନୋଟି ବିଶାଳକାୟ ନାଗ ସାପ….ଦେଖନ୍ତୁ କିପରି ଭାବରେ ଉଦ୍ଧାର କରାଗଲା ଏହି ବିଷଧର ସାପକୁ ଏବେ ସୋସିଆଲ ମିଡ଼ିଆ ରେ ଭିଡିଓ ନିଁଆଭଳି ଭାଇରଲ ହେଉଛି …..

0 137

ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।

ତେବେ ଆମେ ସମସ୍ତେ ଜାଣିଛୁ କି ବର୍ତ୍ତମାନ ବର୍ଷା ୠତୁ ହୋଇଥିବାରୁ ସାପ ଗୁଡ଼ିକ ବାହାରିବା ସାଧାରଣ କଥା ।ମାତ୍ର ନାଗ ସାପ ବାହାରିବା ବହୁତ ବଡ଼ କଥା ହୋଇଥାଏ କାରଣ ଏହା ଯଦି କାହାକୁ ଥରେ କାମୁଡ଼ି ଥାଏ ତାକୁ ବଂଚିବା କଷ୍ଟକର ହୋଇଥାଏ। ତା ପରେ ମଧ୍ୟ ଆମେ ନାଗ ସାପ କୁ ଭଗବାନ ଶିବ ଙ୍କର ପ୍ରିୟ ବୋଲି ମାନି କ୍ଷୀର ପିଏଇ ଥାଉ।କିନ୍ତୁ ସବୁବେଳେ ସାମନ ହୋଇନଥାଏ। ତେଣୁ ଏମାନଙ୍କ ଠାରୁ ଦୂରେଇ ରହିବାକୁ ହୋଇଥାଏ।

ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ ।ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ।ତେବେ ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ପ୍ରାୟ ଅନେକାଂଶ ସମୟରେ ବିଷଧର ନାଗ ସାପ ଦେଖିବାକୁ ମିଳୁଛନ୍ତି।


ତେବେ ଏହି ଘଟଣା ଟି ଦେଖାଯାଇଥିଲା ଭଦ୍ରକ ଜିଲ୍ଲା ର କେଦୁପଡ଼ା ଠାରେ ,ଯେଉଁ ଠାରେ ଜଣେ ବ୍ୟକ୍ତି ଙ୍କ ଘରେ ଗୋଟିଏ ନୁହେଁ ବରଂ ତିନୋଟି ନାଗ ସାପ ଲୁଚି ରହିଥିଲେ। ତେବେ ଯେତେବେଳେ ପରିବାର ଲୋକେ ଏହାକୁ ଦେଖିଲେ ସେମାନେ ଭୟଭୀତ ହୋଇଗଲେ ଏବଂ ଗୋଟିଏ ସାପ କୁ ବାଡେଇ ଥିଲେ ମଧ୍ୟ ।ମାତ୍ର ତିନୋଟି ସାପ କୁ ଦେଖି ସେମାନେ ଡରିଗଲେ ଏବଂ ସାପ ଧରାଳି କୁ ଖବର ଦେଇଥିଲେ ।

ସେମାନେ ଏହା ଜାଣିବା ପରେ ଜଣେ ସାପ ଧରାଳି ଙ୍କୁ ସେହି ସ୍ଥାନକୁ ପଠାଇଥିଲେ। ତେବେ ସାପ ଧରାଳି ଜଣଙ୍କ ଏହା ଦେଖିବା ପରେ ଲୋକଙ୍କୁ ମନା କରିଥିଲେ ସାପ ଙ୍କୁ ଏହିପରି ନମାରିବା କୁ ।ଆଉ ନିଜ କୌଶଳ ଦ୍ୱାରା ସେ ପ୍ରଥମେ ଦୁଇଟି ସାପ କୁ ଧରିଥିଲେ ଏବଂ ଗୋଟିଏ କୁ ଜାର ରେ ଭର୍ତ୍ତି କରିଦେଇଥିଲେ। ତେବେ ଅନ୍ୟ ସାପ ଟିର କ୍ଷତ ସ୍ଥାନ କୁ ସେ ହଳଦୀ ଦ୍ୱାରା ଚିକିତ୍ସା କରିଥିଲେ ଏବଂ ସେଥିରେ କପଡା ଲଗାଇ ଜାର ରେ ଭର୍ତ୍ତି କରିଦେଇଥିଲେ।

ତେବେ ତୃତୀୟ ସାପଟି ସେହି ଘରେ ମାଟି ତଳେ ପୋତି ହୋଇରହିଥିଲା। ସାପ ଧରାଳି ଜଣଙ୍କ ସେହି ସାପ ଟିକୁ ମଧ୍ୟ ଉଦ୍ଧାର କରି ନିଜ ସହ ନେଇ ଯାଇଥିଲେ ଜଙ୍ଗଲ ରେ ସୁରକ୍ଷିତ ଭାବରେ ଛାଡିବା ପାଇଁ। ତେବେ ଆପଣ ମାନେ ମଧ୍ୟ ସାପ କୁ ଦେଖିଲେ ତାକୁ ନମାରି ସାପ ଧରାଳି ଙ୍କୁ ସୂଚନା ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।