Just another WordPress site

viral news – ନିଜ ହସ୍ତାକ୍ଷରକୁ ନେଇ ଚର୍ଚ୍ଚାରେ ଏହି ଝିଅ ଜଣାନ୍ତୁ ସମ୍ପୂର୍ଣ ଘଟଣା !

0 94

ସୁନ୍ଦର ହସ୍ତାକ୍ଷର କାହାକୁ ବା ଭଲ ଲାଗିନଥାଏ।ସମସ୍ତ ବ୍ୟକ୍ତି ଚାହଁନ୍ତି ଯେ, ସେମାନଙ୍କର ହସ୍ତାକ୍ଷର କେମିତି ସୁନ୍ଦର ଦେଖା ଯିବ, କେମିତି ଅକ୍ଷରରେ ଲେଖିଲେ ଲେଖାଟି ଅନ୍ୟଜଣଙ୍କୁ ଆକୃଷ୍ଟ କରିବ। କୁହାଯାଏ ଯେ ବ୍ୟକ୍ତିର ହସ୍ତାକ୍ଷର ତାହାର ଚରିତ୍ରର ପ୍ରମାଣ ପତ୍ର ଅଟେ । କିନ୍ତୁ ବହୁତ କମ ଲୋକ ଏପରି ଥାଆନ୍ତି, ଯେଉଁମାନଙ୍କ ହସ୍ତାକ୍ଷର ବାସ୍ତବରେ ଅତି ଉତ୍ତମ ଧରଣର ହୋଇଥାଏ । ବ୍ୟକ୍ତି କେତେ ମଧ୍ୟ ଚେଷ୍ଟା କରୁ କିନ୍ତୁ ଏପରି ଲେଖି ପାରେ ନାହିଁ, ଯାହାକୁ ଦେଖି ଲାଗିବ ଯେ ଏହି ହସ୍ତାକ୍ଷର ତୋ ପୁରାପୁରି କମ୍ପ୍ୟୁଟରରୁ ବାହାର କରାଯାଇଥିବା ନକଲ ପରି ଦେଖାଯାଏ ।

ପିଲାଦିନେ ଆମେ ଯେତେବେଳେ ପ୍ରଥମେ ଅକ୍ଷର ଲେଖିବା ଆରମ୍ଭ କରିଥାଉ ବାପ ମା ମାନେ ଆମକୁ ସୁନ୍ଦର ଅକ୍ଷର ଲେଖିବା ପାଇଁ କହିଥାନ୍ତି। ସ୍କୁଲ ସମୟରେ ଶିକ୍ଷକ ମାନେ ପିଲାମାନଙ୍କୁ ହସ୍ତାକ୍ଷର ଲେଖିବାକୁ ଦେଇଥାନ୍ତି। ଯେଉଁ ପିଲା ମାନଙ୍କ ହସ୍ତାକ୍ଷର ସୁନ୍ଦର ନଥାଏ ସେମାନଙ୍କୁ ଶିକ୍ଷକଙ୍କ କଡ଼ା ଗାଳି ଓ ମାଡ ଖାଇବାକୁ ପଡ଼ିଥାଏ। ଯେଉଁମାନଙ୍କ ର ହସ୍ତାକ୍ଷର ଖୁବ ସୁନ୍ଦର ଥାଏ!

ସେମାନଙ୍କୁ ଶିକ୍ଷକ ବହୁତ ପ୍ରସଂଶା କରିଥାନ୍ତି ଓ ଏହି ସୁନ୍ଦର ହସ୍ତାକ୍ଷର ପାଁଇ ସେମାନେ ଭଲ ନମ୍ବର ବି ପାଇଥାନ୍ତି।ଭଲ ହସ୍ତାକ୍ଷର ହେବାର ବହୁତ ଲାଭ ରହିଛି । ଯଦି ଆପଣଙ୍କ ହସ୍ତାକ୍ଷର ଭଲ ଥାଏ, ତେବେ ଆପଣଙ୍କ ପ୍ରଭାବ ସମ୍ମୁଖ ବ୍ୟକ୍ତି ଉପରେ ଭଲ ପଡ଼େ । ବରଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଏହା କହନ୍ତି ଯେ, ଭଲ ହସ୍ତାକ୍ଷର ଥିବା ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ଭଲ ମାର୍କ ମଧ୍ୟ ମିଳେ ।


ଏହି ସୁନ୍ଦର ହସ୍ତାକ୍ଷରକୁ ନେଇ ଏଭଳି ଏକ ତଥ୍ୟ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।ଜଣେ ୧୨ ବର୍ଷର ବାଳିକା ପ୍ରକୃତି ମିଲ୍ଲା ଯିଏକି ଅଷ୍ଟମ ଶ୍ରେଣୀ ର ବିଦ୍ୟାର୍ଥୀ ଅଟନ୍ତି।ପ୍ରକୃତି ମିଲ୍ଲା ଙ୍କ ର ଏହି ସୁନ୍ଦର ହସ୍ତାକ୍ଷର କୁ ନେଇ ସେ ଖୁବ ଚର୍ଚ୍ଚା ରେ ରହିଛନ୍ତି।ସେ ତାଙ୍କର ସୁନ୍ଦର ହସ୍ତାକ୍ଷରକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି।

ଏମିତି ସାଧାରଣ ଭାବେ ଦେଖିବାକୁ ଗଲେ ଅନେକ ଛାତ୍ର ଛାତ୍ରୀ ମାନଙ୍କର ହସ୍ତାକ୍ଷର ସୁନ୍ଦର ଓ ଭିନ୍ନ ଭିନ୍ନ ଧରଣର ହୋଇଥାଏ। କିନ୍ତୁ ପ୍ରକୃତି ମିଲ୍ଲାଙ୍କ ହସ୍ତାକ୍ଷର ଦେଖିବାକୁ କମ୍ପ୍ୟୁଟର ପ୍ରିଣ୍ଟ ହୋଇ ଥିବା ଅକ୍ଷର ପରି ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।ଏତେ କମ ବୟସରୁ ତାଙ୍କର ଏ ସଫଳତା ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି।ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କର ଏଭଳି ସଫଳତା ଅନ୍ୟ ମାନଙ୍କ ପ୍ରତି ଉଦାହରଣ ସୃଷ୍ଟି କରିଛି କହିବାରେ ଭୁଲ ହେବ ନାହିଁ। କୁହାଯାଏ ଯେ ବିନା ପରିଶ୍ରମ ରେ କେହି ବି ଦୁନିଆ ରେ ସଫଳ ହେଇ ନାହାନ୍ତି।ପ୍ରକୃତି ମିଲ୍ଲାଙ୍କର ଏହି ସୁନ୍ଦର ହସ୍ତାକ୍ଷର ପଛରେ ରହିଥିବା ତାଙ୍କର କଠିନ ପରିଶ୍ରମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।