Just another WordPress site

health teps-ମାତ୍ର ୨ ମିନିଟରେ ଦାନ୍ତ ମୋତି ଭଳି ଚମକିବ,କରନ୍ତୁ ଏହି ଛୁଟିଆ ଉପାୟ !

0 107

ମୁୁହଁର ସୈାନ୍ଦର୍ଯ୍ୟ ପାଇଁ ଦାନ୍ତର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବେଳେବେଳେ ହଳଦିଆ ଦାନ୍ତ ପାଇଁ ଲୋକମାନେ କାହା ସାମ୍ନାରେ ଭଲରେ କଥା ହୋଇ ପାରନ୍ତି ନାହିଁ, କିମ୍ବା ହସିବା ସମୟରେ ମଧ୍ୟ ମୁହଁରେ ହାତ ଚାପିି ହସିବାକୁ ପଡେ । ଦାନ୍ତରେ ଯେକୌଣସି ପ୍ରକାରର ସମସ୍ୟା ଯେମିତିକି ହଳଦିଆ ଦାନ୍ତ ,କଳା ଦାନ୍ତ ,ଦାନ୍ତ ବିନ୍ଧିବା, ମାଢି ଫୁଲିବା ଓ ମାଢିରେ କଷ୍ଟ ହେବା

ଏମତି ଅନେକ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଆଜିର ଏହି ରେମେଡି ବହୁତ ହେଲ୍ପ କରିବ। ଏହି ରେମିଡ଼ିରେ ଆପଣଙ୍କର ହଲୁ ଥିବା ଦାନ୍ତକୁ ପୁଣି ଥରେ ସେଟ କରିବା ପାଇଁ ମଧ୍ୟ ବହୁତ ହେଲ୍ପ କରିବ।ଏହା ଏକ ସମ୍ପୂର୍ଣ୍ଣ ଆୟୁର୍ବେଦିକ ଘରୋଇ ଉପଚାର ଅଟେ।

୧.ସୋରିଷ ତେଲ:-

ଆପଣଙ୍କ ଦାନ୍ତ ପାଇଁ ଆବଶ୍ୟକ ମାତ୍ରାରେ ସୋରିଷ ତେଲ ନିଅନ୍ତୁ। ଏହି ତେଲ ଆମ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ। ଏଥିରୁ ଏମିତି ତତ୍ତ୍ୱ ମିଳିଥାଏ ଯାହା ଆପଣଙ୍କ ଦାନ୍ତରେ କଷ୍ଟ ଆପଣଙ୍କ ଦାନ୍ତରେ ହଳଦିଆ ପଣ କଳା ଦାନ୍ତ ମାଢି କଷ୍ଟ ଅନେକ ପ୍ରକାରର ସମସ୍ୟାକୁ ଠିକ କରିବା ପାଇଁ ଚମତ୍କାରୀ ଅଟେ।

୨.ସୌନ୍ଧବ୍ୟ ଲୁଣ :-

ଏହା ପରେ ନିଅନ୍ତୁ ଚିମୁଟାଏ ସୌନ୍ଧବ୍ୟ ଲୁଣ। ନର୍ମାଲ ଲୁଣ ଅପେକ୍ଷା ସୌନ୍ଧବ୍ୟ ଲୁଣ ଆପଣଙ୍କ ଦାନ୍ତ ପାଇଁ ବହୁତ ଲାଭଦାୟକ ଅଟେ। ଯଦି ଆପଣଙ୍କ ପାଖରେ ସୌନ୍ଧବ୍ୟ ଲୁଣ ନାହିଁ ତେବେ ଆପଣ ଘରେ ବ୍ୟବହାର କରୁଥିବା ନର୍ମାଲ ଲୁଣ ମଧ୍ୟ ନେଇପାରିବେ। କିନ୍ତୁ ଏହି ରେମିଡ଼ି ପାଇଁ ସୌନ୍ଧବ୍ୟ ଲୁଣର ପ୍ରୟୋଗ କରିବା ପାଇଁ ଚେଷ୍ଟା କରନ୍ତୁ। ନହେଲେ ଭଲ ରେଜଲ୍ଟ ମିଳି ନପାରେ। ଚିମୁଟାଏ ସୌନ୍ଧବ୍ୟ ଲୁଣ ଏହି ତେଲରେ ମିଶାନ୍ତୁ ।ଏହା ପରେ ଏଥିରେ ଚିମୁଟାଏ ହଳଦୀ ଗୁଣ୍ଡ ମିଶାନ୍ତୁ।

୩.ହଳଦୀ ଗୁଣ୍ଡ:-

ହଳଦୀ ଗୁଣ୍ଡରେ ମଧ୍ୟ ଆଣ୍ଟି ଫୋଙ୍ଗଲ ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ମିଳିଥାଏ। ଯାହା ଆମ ଦାନ୍ତ ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ଏହା ଆପଣଙ୍କ ଦାନ୍ତରେ ଇଂଫେକସନକୁ ଦୂର କରିଥାଏ। ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଛି ତେବେ ତାହାକୁ ମଧ୍ୟ କାଢ଼ିବା ପାଇଁ ହଳଦୀ ବହୁତ ଅଧିକ ଲାଭଦାୟକ ଅଟେ। ଏହା ବ୍ୟତୀତ ଆପଣଙ୍କ ଦାନ୍ତର ମାଢି ଯଦି ଫୁଲି ଯାଉଥାଏ ତାହାକୁ ମଧ୍ୟ ଦୂର କରିବା ପାଇଁ ବହୁତ ଲାଭକାରୀ ହୋଇଥାଏ।

ଏହି ୩ ଟି ଜିନିଷକୁ ନିଜ ଆଙ୍ଗୁଳି ସାହାର୍ଯ୍ୟରେ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହାକୁ ନେଇ ଆପଣଙ୍କ ଆଙ୍ଗୁଳି ସହାୟତାରେ ଆପଣ ନିଜ ଦାନ୍ତ ଏବଂ ମାଢିରେ ଘଷନ୍ତୁ। ଏହାକୁ ଦାନ୍ତରେ ରଗଡିବାର ଆବଶ୍ୟକତା ନାହିଁ।

ଧୀରେ ଧୀରେ ଏହାକୁ ଆପଣଙ୍କ ଦାନ୍ତରେ ଘଷନ୍ତୁ ଏବଂ ଏହାକୁ ୧ ମିନିଟ ପର୍ଯ୍ୟନ୍ତ ସେମିତି ଦାନ୍ତରେ ରଖି ଦିଅନ୍ତୁ ଏବଂ ଏହାପରେ ଉଷୁମ ପାଣିରେ କୁଳି କରନ୍ତୁ। ଏବଂ ଏହାକୁ ରାତିରେ ପ୍ରୟୋଗ କରନ୍ତୁ ଏବଂ ସକାଳେ ଯେମିତି ବ୍ରସ କରନ୍ତି ସେମିତି ବ୍ରସ କରିନିଅନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ମୋତି ଭଳି ଚମକିବାକୁ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।